ଓଡ଼ିଶାର ଏକ ପ୍ରାଚୀନ ତଥା ପବିତ୍ର ରାମଲୀଳା ମହୋତ୍ସବ | ଆପଣଙ୍କୁ ସ୍ଵାଗତ
FONT:
ପବିତ୍ର ପରମ୍ପରା

ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ, କୁଶପଙ୍ଗୀ

ଆମ ଗ୍ରାମ କୁଶପଙ୍ଗୀ ଏହି ପୁରାତନ ଏବଂ ପବିତ୍ର ପରମ୍ପରା, ଯାହା ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ମହାନ୍ ଆଦର୍ଶ ଏବଂ ତ୍ୟାଗକୁ ଦର୍ଶାଏ।

ଆଗାମୀ କାର୍ଯ୍ୟକ୍ରମ (Next Event)
27 ମାର୍ଚ୍ଚ
ଶୁଭାରମ୍ଭ (ରାମଲୀଳା ଉଦ୍‌ଘାଟନ)
0+
ବର୍ଷର ପରମ୍ପରା (Years)
0+
କଳାକାର ଓ ସଦସ୍ୟ (Artists)
0+
ଦର୍ଶକ ସମାଗମ (Audience)
ପରିଚୟ

ଆମ ବିଷୟରେ

ଦିନ ଗଡି ଯାଏ, ବର୍ଷ ସରିଯାଏ। ସମୟ ଚକ୍ରରେ ସବୁକିଛି ଚିରକାଳ ପାଇଁ ନିଶ୍ଚିହ୍ନ ହୋଇଯାଏ। ହେଲେ ସେହି ଜଣଙ୍କ ଆଗରେ ହାର ମାନିଥାଏ ସମୟ, ଯିଏ ନିଜ ସ୍ମୃତିକୁ ସବୁଦିନ ପାଇଁ ଉତ୍ତରପିଢି ଆଗରେ ବଖାଣୁଥାଏ। ସେହି ଅପରାଜେୟ ବ୍ୟକ୍ତିତ୍ଵ ହେଉଛି 'କଳାକାର'।

କଟକ ଜିଲ୍ଲା ବାଙ୍କୀ - ଡମପଡ଼ା ବ୍ଲକ୍ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମର ଏହି ସାଂସ୍କୃତିକ ଅନୁଷ୍ଠାନ। ଇଂରେଜ ଶାସନ କାଳରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ଅନେକ କଳାକାର ଇହଧାମରୁ ବିଦାୟ ନେଲେଣି। କିନ୍ତୁ ଆଜି ବି ଅନୁଷ୍ଠାନ ନୂଆ ଯୁବପିଢିଙ୍କୁ ଧରି ଅଭିନୟର ଯାଦୁରେ ସମଗ୍ର ଅଞ୍ଚଳକୁ ଉଦ୍ଭାସିତ କରୁଛି।

ସମ୍ପୂର୍ଣ୍ଣ ପଢ଼ନ୍ତୁ →
President
ଡ. ସ୍ମୃତି ରଞ୍ଜନ ଲେଙ୍କା
ସଭାପତି

"ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଶାନ୍ତି ମୈତ୍ରୀ ସୌହାର୍ଦ୍ଦ୍ୟର ସେହି ପବିତ୍ର ମୁହୂର୍ତ୍ତ, ଯାହା ଆମ ଚିନ୍ତା ଚେତନାର ଚୌହଦିକୁ ପରମ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଶ୍ରୀପୟର ଯୁଗଳ ସହିତ ଯୋଡି ଦିଏ। ସେହି କୋମଳ ଶ୍ୟାମଳ ଶାନ୍ତ ମୂର୍ତ୍ତିଙ୍କ ଅଲୌକୀକ ଉପସ୍ଥିତିରେ ମୁଖରିତ ହୋଇଉଠେ ଆମ ଗାଁ। ମନ ହୋଇଯାଏ ରାମମୟ, ବିଞ୍ଚିହୋଇଯାଏ ସ୍ନେହ, ପ୍ରେମ, ଏକତା, ଭ୍ରାତୃତ୍ୱ ଓ ଭାଇଚାରାର ଏକ ଅଦମନୀୟ ଉତ୍ସାହ। ଗାଁର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ କାନରେ ଯେମିତି ଶ୍ରୀରାମ ନାମ ଗୁଞ୍ଜରିତ ହେଉଥାଏ, ମନରେ ସେମିତି ସମର୍ପଣ, ଆଦର୍ଶ ଓ ନୈତିକତାର ଏକ ଜୁଆର ସୃଷ୍ଟି ହେଉଥାଏ। ଏହା ଏକ ଅବ୍ୟକ୍ତ ଉପଲବ୍ଧି ଯାହା ଶବ୍ଦରେ କହିବା ସମ୍ଭବ ନୁହେଁ। ଆଉ ଏହାର ସମସ୍ତ ଶ୍ରେୟର ଅଧିକାରୀ ମୋ ଗାଁ କୁସୁପଙ୍ଗିର ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ। ଧନ୍ୟ ଏହାର ସୃଷ୍ଟିକର୍ତ୍ତା, ଧନ୍ୟ ଏହାର ସମସ୍ତ ସହଯୋଗୀବୃନ୍ଦ। ଆପଣଙ୍କୁ ଶତକୋଟି ପ୍ରଣାମ। ଆଜି କି କାଲି ନୁହେଁ, ୧୯୪୨ ମସିହାରୁ ନିରନ୍ତର ଭାବେ ଗ୍ରାମବାସୀଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁ ଏହି ଅନୁଷ୍ଠାନ ତାର କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି।ରାମଲୀଳା ପରିବେଷଣ ମାଧ୍ୟମରେ ସମାଜକୁ ଏକ ସମୁଚିତ ମାର୍ଗରେ ପରିଚାଳନା କରିବାର ବାର୍ତ୍ତା ଦେଇ ଯୁବପିଢିଙ୍କୁ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା, ହିଂସା, ଦ୍ୱେଷ, ସ୍ୱାର୍ଥ ଓ ବିଭେଦଠାରୁ ଉର୍ଦ୍ଧ୍ୱକୁ ଯାଇ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ହିଁ ଏହାର ଲକ୍ଷ୍ୟ। ଯାହାର ଗୁରୁ ଦାୟିତ୍ୱ ନିର୍ବାହ କରିବା ସହଜ କଥା ନୁହେଁ। ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ଲୋକକଳାର ଏହି ମହାଦ୍ରୁମ ତଳେ କେତେ ଯେ ପଥିକ ଆଶ୍ରିତ ହୋଇଛନ୍ତି, ଆଉ କେତେ କଳାକାର କାଳର କରାଳ ଚକ୍ରରେ ନିଜର ଅଭିନୟ ସାରି ଲେଉଟି ଯାଇଛନ୍ତି ତାହା କଳନା କରିବା କଷ୍ଟକର। ମୁଁ ମଧ୍ୟ ଦିନେ ଚାଲିଯିବି, ଆମେ ସମସ୍ତେ ଚାଲିଯିବା। ହେଲେ ଏ ଅନୁଷ୍ଠାନ ସେମିତି ବଞ୍ଚି ରହିଥିବ, ମୁହୂର୍ତ୍ତକ ପାଇଁ ମଧ୍ୟ ତାର ମହତ ଉଦ୍ଦେଶ୍ୟରୁ ବିଚ୍ୟୁତ ନ ହୋଇ ସେମିତି ଗୌରବର ଶିରି ବାନ୍ଧି ଛିଡା ହୋଇଥିବ। ଯାହା କି ହୁଏତ ଆମେ ଦେଖି ପାରିବା ନାହିଁ, ଦେଖିବେ ସେହିମାନେ ଯାହାଙ୍କୁ ଆମେ ଏପର୍ଯ୍ୟନ୍ତ ଦେଖିନାହେଁ। ଆଜିର ପିଢ଼ି ଚାଲିଯିବେ, ଆସନ୍ତା କାଲିର ପିଢ଼ି ଆସିବେ, ଆଉ ସମସ୍ତଙ୍କୁ କୋଳେଇନେବ ଏ ଅନୁଷ୍ଠାନ। ଯୁଗ ପରେ ଯୁଗ ବଦଳୁଛି, ଆଧୁନିକ ଯୁଗ ଯାଇ ଅତି ଆଧୁନିକ ଯୁଗ ଆସୁଛି। ମଣିଷ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗକୁ ଅତିକ୍ରମ କରିବାକୁ ବସିଛି। କ୍ରମଶଃ ଯନ୍ତ୍ର ଦୁନିଆର ବଶବର୍ତ୍ତୀ ହେଉଥିବା ଏ ମଣିଷର ଚେତନା, ବିବେକ ଓ ନୈତିକତାକୁ ଜାଗ୍ରତ ରଖିବା ପାଇଁ ଦିନେ ଏହି ଅନୁଷ୍ଠାନ ହିଁ ଏକମାତ୍ର ପଥପ୍ରଦର୍ଶକ ହୋଇ ରହିବ । ତେଣୁ ପ୍ରଭୁ ଶ୍ରୀରାମଙ୍କ ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷା ସଦୃଶ ବାଲୁକା କଣିକା ସମ ସହଯୋଗର ହାତ ବଢ଼ାଇ ଅନୁଷ୍ଠାନକୁ ଆଗ୍ରଗାମୀ କରିବା ନିମନ୍ତେ ଆମେ ଆଗେଇ ଆସିବା ହିଁ ଉତ୍ତରପିଢ଼ି ପାଇଁ ଆମର କର୍ତ୍ତବ୍ୟ ହେବ। ତେଣୁ ଆସନ୍ତୁ ମହତ ଉଦ୍ଦେଶ୍ୟ ନେଇ ଆମେ ସମସ୍ତେ ଏକାଠି ହେବା, ଆଗକୁ ବଢିବାର ସଂକଳ୍ପନେବା। ଜୟ ରଘୁନାଥ"

Secretary

ଶ୍ରୀ ବିଭୁ ପ୍ରସାଦ ନାୟକ

ସମ୍ପାଦକ
ଉତ୍ସବ

ସାମ୍ପ୍ରତିକ କାର୍ଯ୍ୟକ୍ରମ

Ram Navami
ଫେବୃୟାରୀ ୫ ତାରିଖ 2026, ଗୁରୁବାର

ସରିନି ମହାଭାରତ

ବାଙ୍କୀ ବ୍ଳକ୍ ଫୁଲବାଡି ଠାରେ ଅନୁଷ୍ଠାନ ମଞ୍ଚସ୍ଥ ଗୀତିନାଟ୍ୟ

ଆହୁରି ଫଟୋ ଦେଖନ୍ତୁ →
Sita Bibaha
ଫେବୃୟାରୀ ୨ ତାରିଖ 2026, ସୋମବାର

ବାଳିବଧ

ବାଙ୍କୀ ବ୍ଳକ୍ ଫୁଲବାଡି ଠାରେ ଅନୁଷ୍ଠାନ ମଞ୍ଚସ୍ଥ ଗୀତିନାଟ୍ୟ

ଆହୁରି ଫଟୋ ଦେଖନ୍ତୁ →
Sita Bibaha
ମହିମା ମହୋତ୍ସବ ୨୦୨୫

କର୍ଣ୍ଣବଧ

ମହିମା ମହୋତ୍ସବ ୨୦୨୫ , ଫୁଲୁବାଡ଼ି , ବାଙ୍କୀ ।

ଆହୁରି ଫଟୋ ଦେଖନ୍ତୁ →
Lanka Dahan

ରାମଲୀଳାର କିଛି ଝଲକ

କଳାକାରଙ୍କ ଦ୍ୱାରା ରାମଲୀଳା ମଞ୍ଚ ଉପରେ କରାଯାଉଥିବା ଅଭିନୟ

ଆହୁରି ଫଟୋ ଦେଖନ୍ତୁ →
ସମ୍ମାନ

ପୁରସ୍କାର ଓ ସ୍ୱୀକୃତି

Best Play Award
October 2025

ଶ୍ରେଷ୍ଠ ସମ୍ମାନ

ବାଙ୍କୀ ମହୋତ୍ସବ୨୦୨୫ରେ ପ୍ରଦାନ କରାଯାଇଥିବା ସମ୍ମାନ।

Best Actor Award
August 2024

ସର୍ବଶ୍ରେଷ୍ଠ ନାଟ୍ୟ ସଂସ୍ଥା

ସ୍ଵାଧିନତା ଦିବସରେ ଆମ ଅନୁଷ୍ଠାନକୁ ସର୍ବଶ୍ରେଷ୍ଠ ନାଟ୍ୟ ସଂସ୍ଥା ଭାବେ ସମ୍ମାନୀତ କରାଗଲା

Best Management Award
5th February 2026

ଶ୍ରେଷ୍ଠ ନାଟକ

ମହିମା ମହୋତ୍ସବ 2026

ଖବର କାଗଜ

ଖବର କାଗଜରେ ଆମେ

ଶ୍ରଦ୍ଧାଞ୍ଜଳି

ସଂସଦର ମୂଳଦୁଆ ଏବଂ ସ୍ରଷ୍ଟା

← ସ୍ୱାଇପ୍ କରନ୍ତୁ (Swipe) →
Lokanath Lenka

ସ୍ୱର୍ଗତଃ ଲୋକନାଥ ଲେଙ୍କା

ପ୍ରତିଷ୍ଠାତା ଓ ମୁଖ୍ୟ ପରିଚାଳକ

୧୯୪୨ ମସିହାରେ କୁଶପଙ୍ଗୀ ଗ୍ରାମରେ ରାମଲୀଳା ନାଟ୍ୟ ସଂସଦର ପ୍ରତିଷ୍ଠା କରିବାରେ ଏହାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ନିଜର ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟି ଯୋଗୁଁ ଏହି ଅନୁଷ୍ଠାନକୁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ。

Iswar Matagaj Singh

ସ୍ୱର୍ଗତଃ ବଙ୍କିମ ବିହାରୀ ନାୟକ

ଉପ ପରିଚାଳକ

ଗ୍ରାମର ଜଣେ ମୁଖିଆ ଏବଂ ସମ୍ମାନିତ ବ୍ୟକ୍ତି ଭାବରେ ସେ ରାମଲୀଳାର ପ୍ରାରମ୍ଭିକ ପର୍ଯ୍ୟାୟରେ ମାର୍ଗଦର୍ଶନ କରିଥିଲେ। ତାଙ୍କର ସହଯୋଗ ଓ ନେତୃତ୍ୱ ବିନା ଏହି ଯାତ୍ରା ସମ୍ଭବପର ହୋଇନଥାନ୍ତା।

Banchhanidhi Mahapatra

ସ୍ୱର୍ଗତଃ ବାଞ୍ଚ୍ଚାନିଧି ମହାପାତ୍ର

ମୁଖ୍ୟ ଉପଦେଷ୍ଟା

ଅନୁଷ୍ଠାନ ଗଠନର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ତାଙ୍କର ନିରନ୍ତର ସମର୍ଥନ ଏବଂ ପ୍ରୋତ୍ସାହନ କଳାକାରମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଥିଲା।

Damodar Lenka

ସ୍ୱର୍ଗତଃ ଇଶ୍ଵର ମତଗଜ୍ ସିଂ

ମୁଖ୍ୟ ଉପଦେଷ୍ଟା

ଦୀର୍ଘ ବର୍ଷ ଧରି ସେ ଅନୁଷ୍ଠାନର ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ପୌରାଣିକ ଓ ସାମାଜିକ ନାଟକ ପରିବେଷଣ ସହ ଅନୁଷ୍ଠାନ ବହୁ ଉନ୍ନତି କରିଥିଲା।

ସ୍ମୃତି

ଫଟୋ ଗ୍ୟାଲେରୀ